ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ପରିସ୍ଥିତିକୁ ଦେଖି ଓଡିଶା ପୋଲିସ ମହାନିର୍ଦ୍ଦେଶକ ତଥା ଡିଜିପି ଅଭୟ ପ୍ରେସ ମିଟ୍ ମାଧ୍ୟମରେ କୋଭିଡ୍ ନିୟମ ମାନିବାକୁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ବହୁତ ଲୋକ କୋଭିଡ୍ କଟକଣାକୁ ପାଳନ କରୁଛନ୍ତି । କିନ୍ତୁ କିଛି ଲୋକ ଏହାକୁ ଏବେବି ପାଳନ କରୁନାହାନ୍ତି, ଯାହା ପାଇଁ ସମସ୍ତ ହଇରାଣ ହେଉଛନ୍ତି । ତେବେ କୋଭିଡ୍ର ତିନୋଟି ନିୟମ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଡିଜିପି ।ନାଇଟ୍ କର୍ଫ୍ୟୁ, ସଟ୍ଡାଉନ୍, ମାକ୍ସ ପିନ୍ଧିବା, ସାମାଜିକ ଦୂରତା ମାନିବାକୁ ନିବେଦନ କରିଛନ୍ତି ।
ତେବେ ଏହି ଏପ୍ରିଲ ମାସରେ କୋଭିଡ ନିୟମ ଉଲଂଘନ କରିଥିବାରୁ ଆଦାୟ କରାଯାଇଥିବା ଫାଇନ୍ ବିଷୟରେ ମଧ୍ୟ କହିଛନ୍ତି । ମାସ୍କ ନ ପିନ୍ଧିବାରୁ ୫ କୋଟି ୨୪ ଲକ୍ଷ ଟଙ୍କା ଆଦାୟ କରାଯାଇଛି । କୋଭିଡ୍ କଟକଣା ଉଲଂଘନ କରିଥିବାରୁ ୪୧୮ ଗିରଫ କରାଯାଇଛି । ୩୫୦ ଉପରେ ଦୋକାନ, ଶିକ୍ଷାନୁଷ୍ଠାନଗୁଡିକରେ କେବଳ ଗହଳି ଅର୍ଥାତ୍ ସାମାଜିର ଦୂରତା ନ ମାନୁଥିବାରୁ ସିଲ୍ କରାଯାଇଛି । କୋଭିଡ୍ କଟକଣା ଉଲଂଘନ କରିବାରୁ ୧୮ ହଜାରରୁ ଅଧିକ ବାଇକ୍ ସିଜ୍ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜି ।