ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର କୋର୍ଟ । ଭୁବନେଶ୍ୱର ସ୍ଥିତ ଲୁଇସ୍ ରୋଡରେ ଥିବା ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରାଯାଇଛି । ତେବେ ୭ଦିନ ପାଇଁ ବିଏମସି ପକ୍ଷରୁ ଏହାକୁ କରାଯାଇଛି ।ସୂଚନା ଅନୁଯାୟୀ କୋର୍ଟ ପରିସରରେ ୪୦ ଜଣ ଆଇନଜୀବୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମ୍ସି ଏହି ନିଷ୍ପତି ନେଇଛି । ଆଜିଠୁ ଆସନ୍ତା ମେ’ ୫ ତାରିଖ ଯାଏଁ କୋର୍ଟ ବନ୍ଦ ରହିବ । ଏନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ବିଜ୍ଞପ୍ତି ଅନୁଯାୟୀ, ଜୁଡିସିଆଲ କମ୍ଲେକ୍ସ ଅଧିକାରୀ କରୋନା କଟକଣାକୁ କଡାକଡି କରିବେ ଏବଂ ତୁରନ୍ତ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବ । ବିଏମସି କର୍ମଚାରୀଙ୍କ ବ୍ୟତୀତ ସିଲ୍ ଅବଧି ମଧ୍ୟରେ ଅନ୍ୟ କାହାକୁ କମ୍ଲେକ୍ସ ପରିସରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।