ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ଵାରା ପ୍ରସ୍ତୁତ କୋଭିଡ୍ ଟିକା କୋଭାକ୍ସିନ୍ର ଦର ହ୍ରାସ ଘଟିଛି । ପୂର୍ବରୁ ଏହାର ପ୍ରତି ଡୋଜକୁ ରାଜ୍ୟ ସରକାରଙ୍କ ପ୍ରତି ୬୦୦ ଟଙ୍କା ଥିବା ବେଳେ ଏବେ ଏହି ହ୍ରାସ ପାଇଁ ୪୦୦ ଟଙ୍କା ହୋଇଛି । ଗତକାଲି କରୋନା ଭ୍ୟାକ୍ସିନ କୋଭିସିଲ୍ଡର ମଧ୍ୟ ଦର ହ୍ରାସ କରାଯାଇଥିଲା । କୋଭିସିଲ୍ଡ ଦର ୪୦୦ ଟଙ୍କା ଥିବା ବେଳେ ୧୦୦ ଟଙ୍କା କମାଯାଇ ୩୦୦ ଟଙ୍କା କରାଯାଇଥିଲା । ତେବେ ଏହି ଦର ହ୍ରାସ ପାଇବା ପରେ ରାଜ୍ୟ ସରକାରମାନେ ଜନ ସାଧାରଣ ଙ୍କୁ ଟିକା ଦେବା ସହଜ ହେବ ।
ତେବେ କରୋନା ବୃଦ୍ଧି ପାଉଥିବା ସମୟରେ ରାଜ୍ୟ ସରକାରମାନଙ୍କ ପାଇଁ ଭ୍ୟାକ୍ସିନ୍ ଦର ହ୍ରାସ ପାଇଥିବାରୁ ସାଧାରଣ ଜନତା ତଥା ସମସ୍ତ ରାଜ୍ୟ ସରକାର ଆଶ୍ଵସ୍ତି ଲାଭ । ତେବେ ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କୋଭିଡ୍ ଭ୍ୟାକସିନ ଦର କମାଇବା ପାଇଁ ଭ୍ୟାକସିନ୍ ଦର ନିର୍ମାତାମାନଙ୍କୁ ଅନୁରୋଧ କରିଥିଲେ ।