ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଆଜି ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ବଙ୍ଗ ମୈଦାନ । ଏହି ପର୍ଯ୍ୟାୟରେ ମୋଟ 84,77.728 ମତଦାତା 283ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । 35 ଆସନ ପାଇ ହେବ ଲଢେଇ । ଶେଷ ପର୍ଯ୍ୟାୟରେ ମୋଟ 283 ପ୍ରାର୍ଥୀଙ୍କ ମଧ୍ୟରୁ 4 ଜିଲ୍ଲାରୁ ମୈଦାନରେ ରହିଛନ୍ତି 35 ମହିଳା ପ୍ରାର୍ଥୀ । ଅଷ୍ଟମ ପର୍ଯ୍ୟାୟ ମତଦାନ ପାଇଁ 11,860ଟି ମତଦାନ କେନ୍ଦ୍ର ଗଠନ କରଯାଇଛି । 35ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ 11ଟିକୁ ରେଡ ଆଲର୍ଟ ଭାବରେ ଘୋଷଣା କରଯାଇଛି । ମତଦାନ ଶୃଙ୍ଖଳିତ ଭାବରେ ଶେଷ କରିବାକୁ 641 ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି । ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ ।