ସନ୍ଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଦେଶରେ ନିର୍ବାଚନ ଏହାକୁ ଆହୁରୀ ପ୍ରଶୟ ଦେଇଛି ବୋଲି ଜନମତ ପ୍ରକାଶ ପାଉଛି ।ତେବେ ଏହାରି ଭିତରେ ଏକ ଦୁଃଖଦ ଘଟଣା ମଧ୍ୟ ସାମ୍ନାକୁ ଆସିଛି । କରୋନା ସମୟରେ ଉତ୍ତର ପ୍ରଦେଶରେ ହେଉଥିବା ପଞ୍ଚାୟତ ନିର୍ବାଚନ ପାଇଁ କରୁଥିବା ୫୦୦ ରୁ ଉର୍ଦ୍ଧ୍ଵ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ଘଟିଛି ବୋଲି ଉତ୍ତରପ୍ରଦେଶ ରାଜ୍ୟ ଶିକ୍ଷକ ସଙ୍ଘ ଦାବି କରିଛନ୍ତି ।
ଆଜି ରାଜ୍ୟ ଶିକ୍ଷକ ସଂଘ ଉତ୍ତର ପ୍ରଦେଶ ନିର୍ବାଚନ ଆୟୋଗଙ୍କୁ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ୫୭୭ଜଣ ଶିକ୍ଷକଙ୍କର ତାଲିକା ଦେଇଛନ୍ତି । ଏହି ଶିକ୍ଷକମାନେ ନିର୍ବାଚନ ସମୟରେ ଓ ଡ୍ୟୁଟି ସରିବା ପରେ କରୋନାରେ ପ୍ରାଣ ହରାଇଥିବା ଦାବି କରାଯାଉଛି । ଏହାସହ ଶିକ୍ଷକ ସଙ୍ଘ ପକ୍ଷରୁ ମେ ୨ରେ ହେବାକୁ ଥିବା ଭୋଟଗଣନା ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ତେବେ ଏହି ଘଟଣା ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ୧୩୫ଜଣ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବି ଖବର ସାମ୍ନାକୁ ଆସିଥିଲା ।