ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ଆଉ ଏକ ବଡ ବିପଦ ସାଜିଛି ଅକ୍ସିଜେନ୍ର ଅଭାବ । ତେବେ ଏହି ଅଭାବକୁ ପୂରଣ କରିବା ପାଇଁ ଭାରତକୁ ବିଭିନ୍ନ ଦେଶ ସାହାଯ୍ୟ କରୁଛନ୍ତି । ତେବେ ଆଜି ସିଙ୍ଗାପୁରରୁ ଦୁଇଟି ବିମାନ ବୋଝେଇ ‘ମେଡିକାଲ୍ ଅକ୍ସିଜେନ୍’ ଭାରତକୁ ଭାରତକୁ ଆସୁଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଦ୍ୱିତୀୟ ମନ୍ତ୍ରୀ ଡକ୍ଟର୍ ମାଲିକି ଓସ୍ମାନ୍ ‘ସିଙ୍ଗାପୁର ଏୟାର୍ଫୋର୍ସ’ର ଦୁଇଟି ‘ସି-୧୩୦’ ବିମାନକୁ ଔପଚାରିକ ଭାବେ ଭାରତକୁ ପଠାଇଛନ୍ତି । ଏଥିରେ ୨୫୬ଟି ଅକ୍ସିଜେନ୍ ସିଲିଣ୍ଡର୍ ଆସିଥିବା କଥା ନୂଆଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇସ୍ଥିତ ସିଙ୍ଗାପୁର କୂଟନୈତିକ ମିସନ୍ କହିଛି ।
ଏହା ବ୍ୟତିରେକେ, ସିଙ୍ଗାପୁରରୁ ୩ଟି ଅକ୍ସିଜେନ୍ କଣ୍ଟେନର୍ ନେଇ ପାନଗଡ଼ ଏୟାର୍ ବେସ୍ ଆସିବାକୁ ଭାରତୀୟ ବାୟୁସେନା ମଧ୍ୟ ତା’ର ‘ସି-୧୭’ ବିମାନ ପଠାଇଥିବା କଥା ଆଜି ଏକ ସରକାରୀ ବିବୃତିରେ ଉଲ୍ଲେଖ କରାଯାଇଛି ।