ସନ୍ଷ୍ଟାର ଟିଭି ବ୍ୟୁରୋ
ବରଗଡ଼: ରାଜ୍ୟରେ ଦିନକୁ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ବରଗଡରେ ମଧ୍ୟ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨୦୦ରୁ ଉର୍ଦ୍ଧ୍ଵ୍ ରହିଛି । ତେବେ ଏହାକୁ ନଜରରେ ରଖି ଆଜିଠୁ ବରଗଡର ୭ ଦିନିଆ ସଟଡାଉନ ଘୋଷଣା କରାଯାଇଛି ।ଏହି ଜିଲ୍ଲାର ୪ଟି ବ୍ଲକକୁ ୭ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏହି ୪ଟି ବ୍ଲକ ହେଲା ପଦ୍ମପୁର ବ୍ଲକ, ପାଇକମାଲା ବ୍ଲକ, ଝାରବନ୍ଧ ବ୍ଲକ, ଓ ରାଜବୋଡାସମ୍ବର ବ୍ଲକ । ବିଭିନ୍ନ ଅନୁଷ୍ଠାନ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ତେବେ ଏହି ସଟଡାଉନ ସମୟରେ ସହରର ସମସ୍ତ ଦୋକାନ, ବଜାର, ବନ୍ଦ ରହିବ । କେବଳ ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ପାଇଁ ସକାଳ ୯ଯାଏଁ ଦୋକାନ ଖୋଲା ରହିବ । ଯାନବାହାନ ଚଳାଚଳ ସ୍ୱାଭାବିକ ହେବ ।ତେବେ ସଟଡାଉନ ନଗତକାଲିଠୁ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ଗତକାଲିଠୁ ସୂଚନା ଦିଆଯାଇଛି ।