ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ୮ ହଜାର ଉପରେ ରହିଛି କରୋନା ସଂକ୍ରମଣ ସଂଖ୍ୟା । ଗଞ୍ଜାମରେ ମଧ୍ୟ ୨୦୦ ଉପରେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ସଂଘ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଦ୍ୱିପହର ୨ଟାରୁ ସକାଳ ୫ ଟା ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳର ଦୋକାନ ବଜାର ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ୧୦ ଦିନ ଯାଏଁ ଏହି କଟକଣା ଜାରି ରଖିବାକୁ ସଂଘ ପକ୍ଷରୁ କୁହାଯାଇଛି ।
ବ୍ୟବସାୟୀ ସଂଘ ଓ ଉଠା ଦୋକାନୀ ସଂଘ ଏପରି ନିଷ୍ପତିକୁ ପ୍ରଂଶସା କରିବା ସହ ଆସନ୍ତା ମାସ ୯ ତାରିଖ ଯାଏ ଏହାକୁ ବଳବତ୍ତର ରଖିବାକୁ ଅନୁରୋଧ କରିଛନ୍ତି ଜିଲ୍ଲା ପ୍ରଶାସନ । ତେବେ ଏପରି ନିଷ୍ପତିରେ ସାଧାରଣ ଲୋକଙ୍କ ସହଯୋଗ କାମନା କରି କରୋନା ଯୁଦ୍ଧକୁ ଜିତିବାକୁ ଆହ୍ଵାନ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।
We welcome the steps taken by merchants association, vendors association in urban areas to keep closing of shops from 2pm to 5am for next 10 days. We request all people to support this initiative. Together we can win this battle against COVID @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) April 28, 2021