ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେଶ୍ ଚିନ୍ତାଜନକ ରହିଛି । କଟକ ଭୁବନେଶ୍ଵର ବାହାର ଲୋକ ଅଧିକ ଆସୁଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣର ସ୍ଥିତି ଉପୁଜିଲାଣି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆଉ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୮ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିବା ଏହା ସୂଚାଉଛି । ତେବେ ସଂକ୍ରମିତଙ୍କୁ ଚିକିତ୍ସା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ରହିଛି। କରୋନା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି ଯେଉଁଠି ଆବଶ୍ୟକ ବେଡ୍ ସଂଖ୍ୟା ବଢ଼ାଯାଉଛି ବୋଲି ସେ କହିଛନ୍ତି।
ଏବେ ରାଜ୍ୟରେ ଉପଲବ୍ଧ ଥିବା ସାଧାରଣ ଶଯ୍ୟା ୩୩ରୁ ୩୮ ପ୍ରତିଶତରେ ଆକ୍ରାନ୍ତ ଥିବାବେଳେ ଭେଣ୍ଟିଲେଟରରେ ୩୬ ପ୍ରତିଶତ ରୋଗୀ ଅଛନ୍ତି । ସେହିଭଳି ଆଇସିୟୁ ବେଡରେ ୫୬ ପ୍ରତିଶତ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ୯୦ ପ୍ରତିଶତ ଲୋକ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି ।