ସନ୍ଷ୍ଟାର ଟିଭି ବ୍ୟୁରୋ
ବାରିହାପୁର: ନମ୍ବର ପ୍ଲେଟ ବିହୀନ କୋଇଲା ବୋଝେଇ ଟ୍ରକ ଜବତ କରିଛି ପୋଲିସ । ଗତକାଲି ବିଳମ୍ଵିତ ରାତିରେ ଢେଙ୍କାନାଳ ଜିଲ୍ଲାର ବାରିହାପୁର ପାଖ ୫୩ନଂ ଜାତୀୟ ରାଜପଥରେ ଏକ ନମ୍ବର ପ୍ଲେଟ ବିହୀନ କୋଇଲା ବୋଝେଇ ଟ୍ରକ୍ଟି ଥୁଆ ହୋଇଥିବା ବେଳେ ପରଜଙ୍ଗ ପୋଲିସ ଜବତ କରିଛି । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପରଜଙ୍ଗ ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ଦୁଇ ଜଣଙ୍କ ନାମ ସମୀର ବେହେରା ଏବଂ ଗୋପାଳ ବେହେରା ହୋଇଥିବା ବେଳେ ସେମାନେ ଲୋଧଣୀ ଗ୍ରାମର ହୋଇଥିବା ସୂଚନା ମିଳିଛି । ତେବେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି ପରଜଙ୍ଗ ପୋଲିସ ।