ସନ୍ଷ୍ଟାର ଟିଭି ବ୍ୟୁରୋ
କେନ୍ଦୁଝର: ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା ୮ ହଜାର ଟପିଛି । ତେବେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ରହିଛି । ତେବେ ଏଭଳି ପରସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ କେନ୍ଦୁଝରର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରେ ୧୪୪ ଧାରା ଜାରି କରିଛନ୍ତି । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଓ ବାହାରେ ୫ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ଏନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ସୂଚନା ଦେଇଛନ୍ତି ।