ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବାରେ ହୋଇପାରେ ବିଳମ୍ଵ । ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟିକା ଦିଆଯିବାକୁ ଘୋଷଣା ହୋଇଥିଲା ବେଳେ ଏହି ସମୟ ମଧ୍ୟରେ ଟିକା ଦିଆଯିବାକୁ ନେଇ ଅନିଶ୍ଚିନ୍ତତା ଦେଖାଯାଇଛି । ରାଜ୍ୟରେ ଟିକାର ଅଭାବ ଥିବାରୁ ମେ ପ୍ରଥମ ସପ୍ତାହରେ ଟିକା ଅଭିଯାନ ଆରମ୍ଭ ନ ହେଇପାରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ରାଜ୍ୟକୁ କୋଭିଡ୍ ଟିକା ଶୀଘ୍ର ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ମେ ମଧ୍ୟ ଭାଗରେ କୋଭାକ୍ସିନ ଟିକା ଭାରତରେ ପହଞ୍ଚିବାର ଆଶା ଥିବା ବେଳେ କୋଭିସିଲ୍ଡ ଟିକାକୁ ନେଇ ଆଶା କ୍ଷୀଣ ରହିଛି । ମେ ମାସରେ ଟିକା ଦିଆଯିବ କି ନାହିଁ ସେ ନେଇ କେନ୍ଦ୍ର ସରକାର ଜଣାଇବେ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।
ତେବେ କୋଭିଡ୍ ଟିକା ନେବା ପାଇଁ ଆସନ୍ତା କାଲିଠୁ ଅନ୍ଲାଇନ୍ରେ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ଏବଂ କୋ- ଓ୍ଵିନ ଓ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ ପଡିବ ।