ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବିଜେପି ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଗତ ୨୪ ତାରିଖରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଆଇସୋଲେସନ୍ରେ ରହିଥିଲେ ।ତେବେ ଅଧିକ ଚିକିତ୍ସା ପାଇଁ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏନେଇ ନିଜେ ସାଂସଦ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି ଯେ,ଗତ ୨୪ ଏପ୍ରିଲରେ କୋଭିଡ ୧୯ ପଜିଟିଭ୍ ଚିହ୍ନଟ ହେବା ପରେ ମୋତେ ସତର୍କତାମୂଳକ ପଦକ୍ଷେପ ଭାବରେ ନୂଆଦିଲ୍ଲୀର AIIMSରେ ଆଡମିଶନ କରାଯାଇଛି । ମୁଁ ସୁସ୍ଥ ହେଉଛି । ସମସ୍ତ ଶୁଭେଚ୍ଛୁ ଏବଂ ନେତାମାନଙ୍କୁ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ।