ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଗତ ଏକ ସପ୍ତାହ ହେଲା ୬ ହଜାର ମଧ୍ୟରେ ରହିଛି । ତେବେ ପଶ୍ଚିମ ଓଡିଶାର ସୀମାନ୍ତ ଜିଲ୍ଲା ଗୁଡିକରେ ମଧ୍ୟ କରୋନା ସ୍ଥିତି ବେଶ୍ ଖରାପ ରହିଛି । ତେବେ ଏହି ସମୟରେ କରୋନା ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ୧୨ OAS ଅଫିସରଙ୍କୁ ପଶ୍ଚିମ ଓଡିଶା ପଠାଇଛନ୍ତି ରାଜ୍ୟ ସରକାର । ବିବେକାନନ୍ଦ ସାହୁ, ହେମନ୍ତ କୁମାର ଦାସ, ଶ୍ଵେତ କୁମାର ଦାସ ନୂଆ ପଡା ଗସ୍ତ କରିଥିବା ବେଳେ ଆଶିଷ ଜେନା ଓ ଦେବାଶିଷ୍ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା, ମଧୁସୂଦନ ବେହେରା, ପ୍ରଭାତ ସାହୁ, ସନ୍ତୋଷ ଦାସଙ୍କୁ ସମ୍ଵଲପୁର, ଦୁର୍ଗା ପ୍ରସାଦ ମହାପାତ୍ର, ଧିରେନ୍ଦ୍ର ନାଥ କର ବରଗଡ ଜିଲ୍ଲାକୁ, ଦିଲ୍ଲୀପ ମହାପାତ୍ର, ଅଯୋଧ୍ୟାକାନ୍ତ ଶତପଥୀ, ବଲାଙ୍ଗୀର ଜିଲ୍ଲା ଗସ୍ତ କରିଛନ୍ତି ।