ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମେ ୧୬ରେ ଅନୁଷ୍ଠିତ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏହି ସମୟରେ କରୋନା ମହାମାରୀ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଉପନିର୍ବାଚନକୁ ବନ୍ଦ ରଖିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଆଜି ନେତା ପ୍ରଦୀପ ମାଝି ଏନେଇ ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି । କରୋନା ସ୍ଥିତିରେ ଉପନିର୍ବାଚନ କୌଣସି ଗୁରୁତ୍ୱ ରଖୁନାହିଁ । କରୋନା ଭୟାବହତା ନିକଟରେ ଲୋକଙ୍କ ଜୀବନ ଆଗ, ନିର୍ବାଚନ ପଛ । ନିର୍ବାଚନ ବନ୍ଦ ରଖିବାକୁ ବିଜେଡି, ବିଜେପି ମଧ୍ୟ ସହଯୋଗ କରନ୍ତୁ । ଏ ନେଇ ଆଜି ଅପରାହ୍ନରେ ଦଳ ନିର୍ବାଚନ ଅଧତ୍କାରୀଙ୍କୁ ଭେଟିବେ ବୋଲି ପ୍ରଦୀପ କହିଛନ୍ତି ।
ତେବେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ଏପ୍ରିଲ ୧୭ ତାରିଖରେ ହେବାକୁ ସ୍ଥିର କରାଯାଇଥିଲା । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ଉପନିର୍ବାଚନ ତାରିଖକୁ ମେ’ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।ହେଲେ ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପନିର୍ବାଚନକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।