ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନିର୍ବାଚନରେ ବିଜୟ ଶୋଭାଯାତ୍ରା ଓ ଉତ୍ସବ କରିବାକୁ ବାରଣ କରିଛନ୍ତି ନିର୍ବାଚନୀ ଅଧିକାରୀ । ମେ ୨ ପରଠୁ ନିର୍ବାଚନରେ ବିଜୟ ହୋଇଥିଲେ ବିଜୟ ଶୋଭାଯାତ୍ରା କରିପାରିବେନି କୌଣସି ପ୍ରାର୍ଥୀ । ଦେଶରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଜନ ଗହଳୀକୁ ଏଡାଇବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ ।
ନିର୍ବାଚନ କମିସନଙ୍କ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜେତା ପ୍ରାର୍ଥୀଙ୍କୁ କିମ୍ବା ତାଙ୍କ ପ୍ରାଧିକୃତ ପ୍ରତିନିଧିଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ନିର୍ବାଚନ ପ୍ରମାଣପତ୍ର ଗ୍ରହଣ କରିବାକୁ ଦୁଇରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ ନାହିଁ । ତେବେ ଦେଶର ୫ ଟି ଜିଲ୍ଲା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ କାର୍ଯ୍ୟ ଜାରି ରହିଛି । ଯାହାର ଫଳାଫଳ ମେ ୨ ପରେ ବାହାରିପାରିବ ।
ତେବେ ଗତକାଲି ୫ ଟି ରାଜ୍ୟରେ ନିର୍ବାଚନ ପାଇଁ ରାଲି ଓ ଶୋଭାଯାତ୍ରାକୁ କରିଥିବାରୁ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଥିଲେ ମାଡ୍ରାସ୍ ହାଇକୋର୍ଟ । ନିର୍ବାଚନ ଅଧିକାରୀଙ୍କ ଦ୍ଵିତୀୟ କୋଭିଡ୍ ସଂକ୍ରମଣ ପାଇଁ ଦାୟୀ କରିଥିଲେ ଓ ଆଗାମୀ ନିର୍ବାଚନ ପାଇଁ କଣ ବ୍ଲୁ ପ୍ରିଣ୍ଟ ରହିଛି ସେ ନେଇ ଆଗୁଆ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ନିର୍ବାଚନକୁ ବିଜୟ ଶୋଭାଯାତ୍ରାକୁ ନେଇ ବିଜ୍ଞପ୍ତି ଜାରି କରିଛି ନିର୍ବାଚନ ଆୟୋଗ ।