ସନ୍ଷ୍ଟାର ଟିଭି ବ୍ୟୁରୋ
ଢେ଼ଙ୍କାନାଳ:କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଢେଙ୍କାନାଳରେ ୫-ଟି ସଚିବ ପାଣ୍ଡିଆନଙ୍କ ଦ୍ୱାରା ଏକ କୋଭିଡ ହସ୍ପିଟାଲ ଉଦଘାଟନ ହୋଇଥିଲା l ସେଥିରେ ୬ଟି ICU ଓ ୩ ଟି ଭେଣ୍ଟିଲେଟର ଶଯ୍ୟା ରହିଅଛି l ଦୁଃଖର ବିଷୟ ଯେ ଏହାକୁ ଚଳାଇବା ପାଇଁ ଟେକ୍ନିସିଆନ ପୋଷ୍ଟିଙ୍ଗ ନାହାଁନ୍ତି l ଏଥିପାଇଁ ଗତ ବର୍ଷ ଜଣେ ବିଶିଷ୍ଟ ଶିକ୍ଷାବିତଙ୍କ ଜୀବନ ଚାଲିଯାଇଛି l ଏଥିପାଇଁ ଦାୟୀ କିଏ ? କାହିଁକି ଏପରି ଅବ୍ୟବସ୍ଥା ? ଆମ ଟ୍ୟାକ୍ସ ପଇସାକୁ ଅପବ୍ୟୟ କରାଯାଉଛି କାହିଁକି ? ଏପରି ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଖାମଖିଆଲି ଢଙ୍ଗରେ କୁହନ୍ତି- ଏପରି ରୋଗୀଙ୍କୁ କଟକ କିମ୍ବା ଭୁବନେଶ୍ୱର ପଠାଇ ଦେଉଛୁ l ତାହାଲେ ଏ ହସ୍ପିଟାଲଟି ହୋଇଛି କାହିଁକି ? ଏସମ୍ପର୍କରେ ଢେଙ୍କାନାଳ ସଚେତନ ନାଗରିକ ଫୋରମର ଉପସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚ ପଦକ୍ଷେପ ନିଆଯାଇ ମୁଖ୍ୟ ଶାସନ ସଚିବଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି l ଯଦି ଅପତାକାଳୀନ ଭିତ୍ତିରେ ଏହାକୁ ଦୃଷ୍ଟି ନଦିଅନ୍ତି ଏବଂ ଟେକ୍ନିସିଆନ ପୋଷ୍ଟିଙ୍ଗ ନକରନ୍ତି ତେବେ ଫୋରମର କର୍ମକର୍ତ୍ତା ମାନେ ସତ୍ୟାଗ୍ରହ କରିବାପାଇଁ ବାଧ୍ୟ ହେବେ l ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଭରତ ଦାଶ, ଯୁଗ୍ମ ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ଆଇନଜୀବୀ ସୁରେନ୍ଦ୍ର ମିଶ୍ର, ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, ନଗର ସଭାପତି ଅମରେନ୍ଦ୍ର ସାହୁ, ସମ୍ପାଦକ ଦୟାନିଧି ବେହେରା, ମହିଳା ସଭାନେତ୍ରୀ ବନଜା ମାନସିଂହ, ଶିଳ୍ପୀଶ୍ରୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ l