ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ମାମଲାରେ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ତୀବ୍ର ଅସନ୍ତାଷ ପ୍ରକାଶ କରିଛନ୍ତି । ଏଥିସହିତ ସେ ସମ୍ଵଲପୁର ବିଶ୍ବବିଦ୍ୟାଳୟର କୁଳପତି କୁଳପତି ସଞ୍ଜୀବ ମିତ୍ତଲଙ୍କୁ ଘଟଣା ପରିସ୍ଥିତି ସଂପର୍କରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ କିଛି ଦିନ ତଳେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ଅଫିସ୍ ଗୃହ ସାମ୍ନାରେ ସେ ଆତ୍ମାହୁତି ଦେଇଥିଲେ । ଆତ୍ମାହୁତି ପୁର୍ବରୁ ଦୀନବନ୍ଧୁ ମିଶ୍ର ସୁଇସାଇଡ ନୋଟରେ କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁ ସହ ଅନ୍ୟ ଦୁଇଜଣ ଅଧିକାରୀଙ୍କ ନାମ ଉଲ୍ଲେଖ କରିଥିଲେ ।
ସୁଇସାଇଡ ନୋଟରେ ଦୀନବନ୍ଧୁ ଯେଉଁ ଅଭିଯୋଗ କରିଛନ୍ତି ତାହା କେତେଦୂର ସତ୍ୟ, କୁଳପତିଙ୍କ ଚ୍ୟାମ୍ବର ସମ୍ମୁଖରେ ଦୀନବନ୍ଧୁ ଆତ୍ମାହୁତି ଦେଉଥିବା ବେଳେ ତାଙ୍କୁ କାହିଁକି ସେଥିରୁ ରୋକା ଯାଇନଥିଲା ? ଏଭଳି ବିଭିନ୍ନ ବିଷୟ ଉପରେ ସବିଶେଷ ରିପୋର୍ଟ ରାଜଭବନକୁ ପଠାଇବାକୁ କୁଳାଧିପତି ନିର୍ଦ୍ଦେଶ ଦେଇଛନ୍ତି ।