ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଏହାକୁ ଆୟତ୍ତ କରିବା ପାଇଁ ମେ ୧ ରୁ ଆରମ୍ଭ ହେଉଛି ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ଟିକାକରଣ । ତେବେ ଏହି ସମୟରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଲେଖାଯାଇଛି ଯେ ମହିଳାମାନଙ୍କ ଋତୁସ୍ରାବ ସମୟରେ ୫ ଦିନ ପୂର୍ବରୁ କିମ୍ଵା ୫ ଦିନ ପରେ କୋଭିଡ୍ ଟିକା ନେବା ଉଚିତ୍ ନୁହେଁ । କାରଣ ଏହି ସମୟରେ ଶରୀରର ଇମ୍ୟୁନିଟି ଖୁବ୍ କମ୍ ରହିଥାଏ । ତେଣୁ ଏହି ସମୟରେ ଟିକା ନେଲେ ଶରୀର ଉପରେ ପ୍ରଭାବ ପକାଇଥାଏ । ତେବେ ଏହି ତଥ୍ୟ ମିଥ୍ୟା ବୋଲି ପୂର୍ବରୁ PIB ସୂଚନା ଦେଇଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦସ୍ୟ ଡାକ୍ତର ଭି.କେ ପୌଲ। ଏଭଳି ମିଥ୍ୟା ପ୍ରଚାର ନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ତେବେ ମେ ୧ ରୁ ଦେଶରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି ଓ ଏହି ସମୟରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତି କରୋନା ଟିକା ନେଇ ପାରିବେ । ଟିକା ନେବା ପାଇଁ ଅନ୍ଲାଇନ୍ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି ।ଏହି ପଞ୍ଜୀକରଣ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଇଛି । କୋ-ଓ୍ଵିନ୍ କିମ୍ଵା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଏହି ପଞ୍ଜୀକରଣ କରିହେବ ।
#Fake post circulating on social media claims that women should not take #COVID19Vaccine 5 days before and after their menstrual cycle.
Don’t fall for rumours!
All people above 18 should get vaccinated after May 1. Registration starts on April 28 on https://t.co/61Oox5pH7x pic.twitter.com/JMxoxnEFsy
— PIB Fact Check (@PIBFactCheck) April 24, 2021