ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ପୁଣି ଦେଖିବାକୁ ମିଳିଛି ମାଓବାଦୀଙ୍କ ଉନ୍ମୁକ୍ତ କାଣ୍ଡ । ଗତକାଲି ବିଳମ୍ଵିତ ରାତିରେ ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ଲୋଟା ପାହାଡ ସୋନୁଆ ମଝିରେ ଥିବା ରେଳ ଧାରଣାକୁ ବିସ୍ପୋରଣ କରି ଉଡାଇ ଦେଇଛନ୍ତି ମାଓବାଦୀ । ଫଳରେ ହାୱଡା-ମୁମ୍ବାଇ ଭାୟା ରାଉରକେଲାରେ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ତେବେ ଏହି ବିସ୍ଫୋରଣ ଯୋଗୁଁ ପ୍ରାୟ ୨ ମିଟର ପର୍ଯ୍ୟନ୍ତ ରେଳ ଧାରଣାକୁ ନଷ୍ଟ ହୋଇଯାଇଛି ।
ଘଟଣାସ୍ଥଳରେ ରେଲଓ୍ଵେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଘଟଣା ସ୍ଥଳରେ ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି । କୃଷି ଆନ୍ଦୋଳନକୁ ସମର୍ଥନ କରି ଆଜି ମାଓବାଦୀଙ୍କ ଭାରତ ବନ୍ଦକୁ ସମର୍ଥନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି ।