ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମେ ୧ରୁ ଆରମ୍ଭ ହେଉଛି ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ତେବେ ଏହା ପୂର୍ବରୁ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ଘରୋଇ ହସ୍ପିଟାଲ୍ରେ ପ୍ରଥମ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତି ସରକାରୀ ଡାକ୍ତରଖାନାରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ଏଥି ସହ ଯଦି ଟିକାର ପ୍ରଥମ ଡୋଜ୍ ନେବା ପରେ ଯଦି କାହାର କରୋନା ରିପୋର୍ଟ ପଜିଟିଭ୍ ଆସିଥିବ ତେବେ ସେହି ବ୍ୟକ୍ତି ମଧ୍ୟ ଟିକାର ଦ୍ୱିତୀୟ ଡୋଜ୍ ନେଇପାରିବେ। ଏହାଦ୍ୱାରା ଇମ୍ୟୁନିଟ୍ ବଢ଼ିବା ସହ ମୃତ୍ୟୁ ହାର କମ ରହିବ ବୋଲି ସେ କହିଛନ୍ତି ।
୩ୟ ପର୍ଯ୍ୟାୟ ଟିକାକରଣକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ପୂର୍ବ ଟିକାକରଣରେ ସ୍ପଟ୍ ପଞ୍ଜିକରଣ ହେଉଥିବା ବେଳେ ଏଥିରେ ଅନଲାଇନ୍ରେ ହିଁ ପଞ୍ଜୀକରଣ କରିବାକୁ ପଡ଼ିବ । କୋ ୱିନ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍ରେ ପଞ୍ଜୀକରଣ କରିବା ପରେ ଟିକା ନେଇପାରିବେ । କେଉଁଠି ଓ କେତେବେଳେ ଟିକା ନେବେ ସେ ନେଇ ପଞ୍ଜୀକରଣ ପରେ ସୂଚନା ମେସେଜ ଦ୍ୱାରା ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।