ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗତ ୫ ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୬ହଜାରରେ ରହିଛି । ସଂକ୍ରମଣ ସଂଖ୍ୟା ପାଖାପାଖି ରହୁଥିବାରୁ ପ୍ଲାଟୋ ଷ୍ଟେଜକୁ ଆସିଲାଣି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଆଗକୁ ଏହି ସଂଖ୍ୟା ଆହୁରୀ କମିପାରେ ବୋଲି ସୂଚନା ଦେଇଛନ୍ତି ସିବିକେ ମହାନ୍ତି । କିନ୍ତୁ ଆଗକୁ କଣ ହେବ ତାହା ଏବେଠୁ ନିର୍ଦ୍ଦିଷ୍ଟ ଭାବେ କହିହେବନି । ତେବେ ଡିଏମଇଟିଙ୍କ ଏଭଳି ମତ ପରେ ରାଜ୍ୟବାସୀ ଆଶ୍ଵସ୍ତୀ ଅନୁଭବ କରିଛନ୍ତି ।
ତେବେ ଆଜି ରାଜ୍ୟରେ ୬୫୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୨୭ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରେ ଥିବା ବେଳେ ୨୭୭୨ ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଅଟନ୍ତି । ତେବେ ଅଧିକ ଚିନ୍ତାର କାରଣ ସାଜିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ଏବଂ ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଅଟନ୍ତି ।ତେବେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୯୫୮ ଜଣ ଚିହ୍ନଟ ହୋଇଛନ୍ତି ।