ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଗତ କିଛି ଦିନ ହେବ ୬ ହଜାର ଉପରେ ରହିଛି ।ଗତ ୨୪ ଘଣ୍ଟା ମଧ୍ୟରେ ୬୫୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୨୭ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରେ ଥିବା ବେଳେ ୨୭୭୨ ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଅଟନ୍ତି । ତେବେ ଅଧିକ ଚିନ୍ତାର କାରଣ ସାଜିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ଏବଂ ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଅଟନ୍ତି ।
ତେବେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୯୫୮ ଜଣ ଚିହ୍ନଟ ହୋଇଛନ୍ତି । ଏହାପଛକୁ ନୂଆପଡାରେ ୫୫୧, କଳାହାଣ୍ଡିରେ ୫୧୮,କଟକରେ ୪୮୮, ଝାରସୁଗୁଡାରେ ୪୩୬,ସୁନ୍ଦରଗଡରେ ୪୩୪, ଗଞ୍ଜାମରେ ୩୨୩, ଯାଜପୁରରୁ ୨୩୭ ଜଣ, ସମ୍ବଲପୁରରୁ ୨୨୬ ଜଣ, ନବରଙ୍ଗପୁର ୨୨୧ ଜଣ, ବରଗଡ଼ରୁ ୨୦୩ ଜଣ, ଅନୁଗୁଳରୁ ୧୮୭ ଜଣ, ମୟୁରଭଞ୍ଜରୁ ୧୮୦ ଜଣ, କେଉଁଝରରୁ ୧୬୬ ଜଣ, ପୁରୀରୁ ୧୪୫ ଜଣ, ବାଲେଶ୍ୱରରୁ ୧୩୭ ଜଣ, ସୋନପୁରରୁ ୧୨୯ ଜଣ, ରାୟଗଡ଼ାରୁ ୧୧୭ ଜଣ ଓ ଷ୍ଟେଟ ପୁଲରୁ ୨୦୧ ଜଣ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୪ ଜଣ ସୁସ୍ଥ ହୋଇଥିବାବେଳେ ସମୁଦାୟ ୪୧୪୦୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଓ ୪୯୦୭୫ ଜଣ ସକ୍ରିୟ ମାମଲା ରହିଛି |