ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଦଳିଲା ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସମୟ । ଏଣିକି ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସମୟ ସକାଳ ୧୦ଟାରୁ ୨ ଟା ଏବଂ ବ୍ୟାଙ୍କିଙ୍ଗ୍ ସମୟ ୧୦ଟାରୁ ୪ଟା ଯାଏଁ ରହିବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟରେ ବ୍ୟାଙ୍କଗୁଡିକର ଏହି ପରିବର୍ତ୍ତନ ସମୟ କାର୍ଯ୍ୟକଳାପ ଆଜିଠୁ ଅର୍ଥାତ୍ ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ରାଜ୍ୟ ଅର୍ଥ ବିଭାଗ ଆଜି ଏ ସମ୍ପର୍କରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) କୁ ଚିଠି ଲେଖିଛି । ଅର୍ଥ ବିଭାଗର ଚିଠିରେ କୁହାଯାଇଛି ଯେ ପ୍ରଶାସନିକ କାର୍ଯ୍ୟାଳୟ ଏବଂ ବ୍ୟାଙ୍କର ଶାଖାଗୁଡ଼ିକ ରୋଟେସନ୍ ଭିତ୍ତିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଏହି ସମୟରେ ଶନିବାର ଦିନ, ସଟ୍ ଡାଉନ୍ ରହୁଥିବା ହେତୁ ସମସ୍ତ ସହରାଞ୍ଚଳ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟଗୁଡ଼ିକରେ ବନ୍ଦ ରହିବ ।