ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସବୁଠୁ ଅଧିକ ଚିନ୍ତାର କାରଣ ସାଜିଛି ଅକ୍ସିଜେନ୍ର ଅଭାବ । ଏହି ଅଭାବକୁ ଦୂର କରିବା ପାଇଁ ଭାରତ ସରକାର ଚେଷ୍ଟା ଜାରି ରଖିଛନ୍ତି । ସରକାର ବିଦେଶରୁ ଅମ୍ଳଜାନ ଜେନେରେସନ୍ ପ୍ଲାଣ୍ଟ ଆଣିବାକୁ ଯାଉଛନ୍ତି । ଏହି ପ୍ଲାଣ୍ଟ ଗୁଡିକ ଘଣ୍ଟା ପ୍ରତି ୨୪୦୦ ଲିଟର ଅମ୍ଳଜାନ ତିଆରି କରିପାରନ୍ତି । ସେମାନଙ୍କୁ ଆଣିବା ଦାୟିତ୍ବ ପ୍ରତିରକ୍ଷା ମନ୍ତ୍ରଣାଳୟ ଗ୍ରହଣ କରିଛି । କେନ୍ଦ୍ର ସରକାର ସିଙ୍ଗାପୁର ଏବଂ ୟୁଏଇରୁ ଉଚ୍ଚ କ୍ଷମତା ବିଶିଷ୍ଟ ଅମ୍ଳଜାନ ଟ୍ୟାଙ୍କର୍ ଆହ୍ବାନ କରିବାକୁ ଯାଉଛନ୍ତି ।
ତେବେ ଏହାପୂର୍ବରୁ ମଧ୍ୟ ବିମାନରେ ଜର୍ମାନୀରୁ ୨୩ ଅମ୍ଳଜାନ ଜେନେରେସନ୍ ପ୍ଲାଣ୍ଟ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ପ୍ରତିଟି ପ୍ଲାଣ୍ଟ ପ୍ରତ୍ୟେକ ମିନିଟରେ ୪୦ ଲିଟର ଏବଂ ଘଣ୍ଟା ପ୍ରତି ୨୪୦୦ ଲିଟର ଅମ୍ଳଜାନ ଉତ୍ପାଦନ କରିପାରନ୍ତି ।