ସନ୍ଷ୍ଟାର ଟିଭି ବ୍ୟୁରୋ
ଗାନ୍ଧୀନଗର: ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ତଥା ସ୍ଵାସ୍ଥ୍ୟମନ୍ତ୍ରୀ ନିତିନ ପଟେଲ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ୬୪ ବର୍ଷୀୟ ପଟେଲ୍ଙ୍କୁ ୟୁ ଏନ୍ ମେହେଟା ନାମକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଏନେଇ ସେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ତେବେ ସେ ଲେଖିଛନ୍ତି “କିଛି ଲକ୍ଷଣ ଦେଖାଗଲା ପରେ ମୁଁ ନିଜର RT-PCR ଟେଷ୍ଟ କରାଇଥିଲି । ତେବେ ରିପୋର୍ଟ ପଜିଟିଭ୍ ଆସିଛି । ଡାକ୍ତରଙ୍କ ଉପଦେଶ କ୍ରମେ ମୁଁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛି ।“ତେବେ ସେ ଆଉ ମଧ୍ୟ ଲେଖିଛନ୍ତି ଯେ, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତେବେ ଚିନ୍ତାର ବିଷୟ ହେଉଛି ଯେ ନିତିନ ପଟେଲ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ସହ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏକ ସାଧାରଣ ସଭାରେ ଯୋଗ ଦେଇଥିବାବେଳେ ତାଙ୍କ ସହ ଅନେକ ଲୋକ ସଂଷ୍ପର୍ଶରେ ଆସିଥିବା ଯୋଗୁ ସଂକ୍ରମଣ ଆଶଙ୍କା ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।