ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବର୍ତ୍ତମାନ ସବୁଠୁ ବଡ ବିପଦ ସାଜିଛି ଅକ୍ସିଜେନର ସଙ୍କଟ । ଦିଲ୍ଲୀ, ମହାରାଷ୍ଟ୍ର ଭଳି ଅଞ୍ଚଳରେ ଅକ୍ସିଜେନ ଅଭାବରେ ଅନେକ ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ତେବେ ଏଭଳି ସଙ୍କଟ ସମୟରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ଅକ୍ସିଜେନ ଟ୍ୟାଙ୍କରକୁ ଅଟକାଗଲେ ଫାଶୀ ଦଣ୍ଡ ଦିଆଯିବ । ଆଜି ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ୍ ବିପିନ ସାଙ୍ଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଖଣ୍ଡପୀଠ ପକ୍ଷରୁ ଉକ୍ତ ଟିପ୍ପଣୀ ମହାରାଜ ଅଗ୍ରସେନା ହସ୍ପିଟାଲର ଏକ ଆବେଦନର ଶୁଣାଣି ବେଳେ ଦେଇଥିଲେ।
ସେ କହିଥିଲେ ଯେ ଯଦି କେନ୍ଦ୍ର, ରାଜ୍ୟ ବା କୌଣସି ସ୍ଥାନୀୟ ପ୍ରଶାସନ ଅକ୍ସିଜେନ୍ ଗାଡିକୁ ଅଟକାନ୍ତି ବା କୌଣସି ଅସୁବିଧା କରାନ୍ତି ତେବେ ଆମେ କାହାକୁ ଛାଡିବୁନି ସମସ୍ତଙ୍କୁ ଫାଶୀ ଦେଇଦେବୁ ।
ତେବେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇସାରିଛି । ଏବଂ ୨୧୫ କୋଭିଡ୍ ଆକ୍ରାନ୍ତ ଅକ୍ସିଜେନ ଉପରେ ନିର୍ଭର କରୁଛନ୍ତି । ଅକ୍ସିଜେନର ଅଭାବ ଥିବାରୁ ଏବେ ମଧ୍ୟ ଅନେକ ରୋଗୀ ସଙ୍କଟରେ ଅଛନ୍ତି ।