ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ରାଜ୍ୟକୁ ଆସିବ ଏକ ଲକ୍ଷ ଡୋଜ କୋଭିସିଲଡ଼ ଟିକା । ରାଜ୍ୟରେ ଟିକାର ଅଭାବକୁ ଦୂର କରିବା ପାଇଁ ଏହି ଟିକା ଆସୁଛି । ତେବେ ବର୍ତ୍ତମାନ ରାଜ୍ୟରେ ୭୬୯ କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ ଟିକା ଦିଆ ସରିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ରାଜ୍ୟରେ ୩.୭ ଲକ୍ଷ କୋଭାକ୍ସିନ ଓ ୧ଲକ୍ଷ କୋଭିସିଲ୍ଡ ଟିକା ମହଜୁଦ୍ ଅଛି ।
ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । ତେବେ ସଟଡାଉନ ଯୋଗୁଁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିଛି । ଟିକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବା ସହ ସୋମବାରରୁ ଶୁକ୍ରବାର ଅନବରତ ଭାବେ ଟିକାକରଣ ଚାଲିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।