ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍)ର ୧୪ତମ ସିଜିନର ୧୬ ତମ ମ୍ୟାଚରେ ଆରସିବି ଦମ୍ଦାର୍ ପ୍ରଦର୍ଶନ କରିଥିଲା । ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟରେ ହରାଇବାରେ ସଫଳ ହୋଇଥିଲା ବିରାଟ୍ ଟିମ୍ । ତେବେ ଏହି ମ୍ୟାଚରେ ପାଡିକଲ ଶତକ ହାସଲ କରିଥିବା ବେଳେ ଆରସିବି କ୍ୟାପଟେନ୍ ବିରାଟ କୋହଲି ଏହି ମ୍ୟାଚରେ ୭୨ ରନ୍ କରି ଚଳିତ ବର୍ଷର ଆଇପିଏଲ୍ରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ନିଜର ଅର୍ଦ୍ଧଶତକ ହାସଲ କଲାପରେ ବହୁତ ଖାସ୍ ଅନ୍ଦାଜ ଦେଖାଇଥିଲେ ବିରାଟ । ଯେଉଁଥିପାଇଁ ସେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ବିରାଟ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ଏକ ଫ୍ଲାଇଂ କିସ୍ ଦେଇଥିଲେ । ଯାହାକୁ ଦେଖି ଡଗଆଉଟରେ ବସିଥିବା ସାଥୀ ଖେଳାଳୀ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଲାଗିଲା ଯେ ଏହା ତାଙ୍କ ପାଇଁ ଥିଲା । ମ୍ୟାକ୍ସୱେଲ ବିରାଟକୁ ଦେଖି ରିଆକ୍ଟ ମଧ୍ୟ କରିବା ସହ ସ୍ମିତ ହସ ଦେଇଥିଲେ । ତେବେ ପରେ ବିରାଟ ଇଶାରା କରି କହିଲେ ଯେ ଏହି ପ୍ଲାଇଂ କିସ୍ ତାଙ୍କ ଝିଅ ବମିକା ପାଇଁ ଥିଲା । ତେବେ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
&
To the little princess ❣️#ViratKohli #RCB pic.twitter.com/JsUT6NWM1u
— The King (@kingKOHLI1807) April 22, 2021
;