ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ସପ୍ତାହାନ୍ତ ସଟ୍ଡାଉନ୍ । ତେବେ ଏହି ସମୟରେ ମୋ ମୋ ବସ୍ ଚଳାଚଳକୁ ନେଇ ଅନେକ ଯାତ୍ରୀ ଦ୍ଵନ୍ଦ୍ଵରେ ଥିଲେ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏହି ଦ୍ଵନ୍ଦ୍ଵର ସମାଧାନ କରାଯାଇଛି । କ୍ରୁଟ୍ର ସୂଚନା ଅନୁଯାୟୀ ସପ୍ତାହାନ୍ତ ସଟ୍ଡାଉନ୍ ସମୟରେ ସାଧାରଣ ଯାତ୍ରୀଙ୍କ ଲାଗି ‘ମୋ ବସ୍’ ଚଳାଚଳ ବନ୍ଦ ରହିବ କିନ୍ତୁ ଭୁବନେଶ୍ବର ରେଳଷ୍ଟେସନଠାରୁ କଟକ ଓ ଖୋର୍ଦ୍ଧା ପାଇଁ ମୋ ବସ୍ ସେବା ଜାରି ରହିବ । ସେହିପରି ବିମାନ ବନ୍ଦରରୁ ରେଳଷ୍ଟେସନ ପର୍ଯ୍ୟନ୍ତ ମୋ ବସ୍ ସେବା ଯାତ୍ରୀଙ୍କୁ ମିଳିବ ବୋଲି କ୍ରୁଟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ତେବେ ବିମାନ ବନ୍ଦର ଓ ରେଲଓ୍ଵେ ଷ୍ଟେସନ ରୁ ଘରକୁ ଫେରୁଥିବା ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ତେବେ ମୋ ବସ୍ରେ ଯାତାୟତ କରିବାକୁ କୋଭିଡ୍ ଗାଇଡ୍ଲାଇନ୍କୁ କଡାକଡି କରାଯାଇଛି ।
📢 𝐍𝐎𝐓𝐈𝐂𝐄
Regular #MoBus 🚌 service will remain suspended on weekend.
To facilitate the movement of incoming passengers bus service will be provided for Cuttack & Khurdha from Railway Station.Shuttle service will be available from Airport to Railway Station. pic.twitter.com/66pPPUVGvK
— Capital Region Urban Transport (@CRUT_BBSR) April 23, 2021