ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ସ୍ଥିତି ଆଡକୁ ଗତି କରୁଛି । ତେବେ ପଡୋଶୀ ରାଜ୍ୟ ଗୁଡିକରୁ ରାଜ୍ୟକୁ ପ୍ରବାସୀମାନଙ୍କ ପ୍ରବେଶ ମଧ୍ୟ ସଂକ୍ରମଣର କାରଣ ସାଜିପାରେ । ଏହାକୁ ଦୃଷ୍ଟିରେ ରଖି ସ୍ଥଳ ପଥ ପରେ ଏବେ ଜଳ ପଥ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଜଳପଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ସମୁଦ୍ର ତଟ ସୁରକ୍ଷା ବଳ କଡାକଡି କରିଛନ୍ତି । କୌଣସି ବୋଟ୍ କିମ୍ବା ଡଙ୍ଗାର ପ୍ରବେଶ ନିଷେଧ କରାଯାଇଛି ।
ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମେରାଇନ୍ ଥାନା ଅଧିନରେ ସାଗର ରକ୍ଷକ ଟିମ୍ ଗଠନ ହୋଇଛି । ପାଖାପାଖି ଗାଁର ଯୁବଗୋଷ୍ଠୀଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି । ଜଳପଥରେ ଲୋକ ଆସିଲେ ସେମାନେ ମେରାଇନ ଥାନାକୁ ଜଣାଇବେ । ମେରାଇନ ଅଞ୍ଚଳରେ ରାତିରେ ପାଟ୍ରୋଲିଂ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ୍ ଷ୍ଟେସନରେ ଚେକିଂ କଡାକଡି କରାଯାଉଛି । ଜଳପଥରେ ଆସୁଥିବା ପ୍ରବାସୀଙ୍କ ବିଷୟରେ ପ୍ରତ୍ୟେକ ଥାନାକୁ ସୂଚନା ଦିଆଯାଉଛି ।