ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ନିଜର କରାଳ ରୂପ ଦେଖାଇଚାଲିଛି । ସଂକ୍ରମଣ ହାର ନିୟନ୍ତ୍ରଣ କରିବାକୁ ସ୍କୁଲ କଲେଜ ଗୁଡିକ ବନ୍ଦ ହୋଇଯାଇଥିବା ବେଳେ କେତେକ ପରୀକ୍ଷା ବାତିଲ୍ ହୋଇଯାଇଥିବା ବେଳେ ଅନ୍ୟ ପରୀକ୍ଷା ଗୁଡିକ ଅନିଶ୍ଚିନ୍ତତା ଦେଇ ଗତି କରୁଛି । ଏଭଳି ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜର ଆତ୍ମବିଶ୍ଵାସ ବଢାଇବା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ଟ୍ଵିଟ୍ ମାଧ୍ୟରେ ଆଶ୍ଵସନା ଦେଇଛନ୍ତି । ମହାମାରୀ ଭଳି ସଙ୍କଟକୁ ସୁଯୋଗ ଭାବି ଏହାର ସୁଦୁପଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
Dear Students
Pandemic Situation for Consecutive years creates Serious Crisis –
But we have to Convert the Crisis into opportunity –
Let us Concentrate in study to acquire knowledge whether it is off-line or on-line .@Naveen_Odisha @CMO_Odisha @DHE_Odisha @odishabcjd— Dr. Arun Kumar Sahoo (@dr_arunsahoo) April 23, 2021
ସେ ଟ୍ଵିଟ୍ କରି କହିଛନ୍ତି ଯେ, କରୋନା କ୍ରମାଗତ ଭାବେ ଗୁରୁତର ଓ ସଂକଟ ପରିସ୍ଥିତି ସୃଷ୍ଟି କରିଛି । ଆମକୁ ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ପଡିବ । ଛାତ୍ରଛାତ୍ରୀ ଅଧ୍ୟୟନରେ ଏକଗ୍ର ହେବା ଆବଶ୍ୟକତା ରହିଛି । ଅଫ୍ ଲାଇନ ହେଉ ବା ଅନଲାଇନ ହେଉ ଜ୍ଞାନ ହାସଲ କରିବା ଉଚିତ୍ ।