ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୋରନାର ଦ୍ଵିତୀୟ ଷ୍ଟ୍ରେନକୁ ନେଇ ଚିନ୍ତାରେ ସାରା ବିଶ୍ଵବାସୀ । କରୋନା ପ୍ରଥମ ଲହରଠାରୁ ଏହାର ପ୍ରଭାବ ଆହୁରୀ ଅଧିକ ରହିଛି । ତେବେ ଏହାକୁ ନେଇ ବିଶେଷଜ୍ଞମାନଙ୍କ ଅଧ୍ୟୟନ ମଧ୍ୟ ଜାରି ରହିଛି । ବିଶେଷଜ୍ଞଙ୍କ ମତ ଅନୁଯାୟୀ କରୋନା ଆକ୍ରାନ୍ତ ସୁସ୍ଥ ହେବା ପାଇଁ ୧୪ ଦିନ ସମୟ ଲାଗିଥାଏ । ତେବେ ଜାଣନ୍ତୁ ଏହି ଦିନ ଗୁଡିକରେ ଦେଖାଯାଉଥିବା ଲକ୍ଷଣ ଗୁଡିକ ବିଷୟରେ ।
ପ୍ରଥମ ଦିନ : କରୋନାରେ ସଂକ୍ରମିତ ହୋଇଥିବା ୮୮% ବ୍ୟକ୍ତି ପ୍ରଥମ ଦିନ ଜ୍ଵର ଓ କ୍ଲାନ୍ତ ଅନୁଭବ କରିଥାନ୍ତି । କିଛି ଲୋକ ପ୍ରଥମ ଦିନରୁ ହିଁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । କିଛି ଲୋକଙ୍କର କାଶ ମଧ୍ୟ ହୋଇଥାଏ।
ଦ୍ଵିତୀୟରୁ ଚତୁର୍ଥ ଦିନ: ଜ୍ଵର ଓ କଫ ପ୍ରଥମ ଦିନରୁ ଚତୁର୍ଥ ଦିନ ଯାଏଁ ଲଗାତର ରହିଥାଏ ।
ପଞ୍ଚମ ଦିନ : କରୋନା ହେବାର ପଞ୍ଚମ ଦିନ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ ।
ଷଷ୍ଠ ଦିନ : କରୋନା ହେବାରେ ଛଅ ଦିନ ବେଳକୁ କାଶ ଓ ଜ୍ଵର ରହିଥାଏ ଓ ଏଥିସହିତ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ସପ୍ତମ ଦିନ: ସପ୍ତମ ଦିନରେ କରୋନା ଆକ୍ରାନ୍ତଙ୍କ ଛାତିରେ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ । ଶ୍ଵାସକ୍ରିୟାରେ ମଧ୍ୟ କଷ୍ଟ ହୋଇଥାଏ । କିଛି ଲୋକଙ୍କ ଓଠ ଓ ମୁହଁ ନୀଳ ପଡିଯାଏ । ଏହି ସମୟରେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡେ । ତେବେ ଯେଉଁ ଲୋକମାନଙ୍କୁ କରୋନାର ହାଲକା ଓ ମଧ୍ୟମ ଧରଣର ଦେଖାଯାଇଥାଏ ସେମାନେ ଏହି ଦିନରୁ ହିଁ ଆସ୍ତେ ଆସ୍ତେ ସୁସ୍ଥ ହେବାର ଲକ୍ଷଣ ମଧ୍ୟ ଦେଖାଯାଇଥାଏ ।
ଅଷ୍ଟମ ଓ ନବମ ଦିନ: କରୋନାର ଅଷ୍ଟମ ଓ ନବମ ଦିନରେ ୧୫% ରୋଗୀଙ୍କ ଠାରେ ଏକ୍ୟୁଟ୍ ରେସ୍ପିରେଟରୀ ଡିଷ୍ଟ୍ରେସ ସିନ୍ଡ୍ରୋମ୍ ଦେଖାଯାଏ । ଏହି ସମୟରେ ଫୁସ୍ଫୁସ୍ରେ ଫ୍ଲୁଇଡ୍ ବନିବା ଆରମ୍ଭ ହୋଇଯାଇଥାଏ । ଓ ଫୁସ୍ଫୁସ୍ରେ ଯଥେଷ୍ଟ ପରିମାଣରେ ବାୟୁ ପହଞ୍ଚି ପାରେ ନାହିଁ । ଏଥିପାଇଁ ରକ୍ତରେ ଅକ୍ସିଜେନ୍ ର ମାତ୍ରା କମିଯାଇଥାଏ ।
ଦଶମ ଓ ଏକାଦଶ ଦିନ: ଦିନ ଏହି ଦିନରେ ନିଃଶ୍ଵାସ ପ୍ରଶ୍ଵାସ ରେ ଅଧିକ ଅସୁବିଧା ପରିଲକ୍ଷିତ ହୋଇଥାଏ । ଅବସ୍ଥା ଅଧିକ ଖରାପ ହେଲେ ରୋଗୀଙ୍କୁ ICU ରେ ଭର୍ତ୍ତି କରାଯାଏ । ଅନ୍ୟପଟେ ସୁସ୍ଥ ହେଉଥିବା ରୋଗୀଙ୍କୁ ଦଶମ ଦିନରେ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଏ ।
ଦ୍ଵାଦଶ ଦିନ: ଏହି ଦିନରେ ଅଧିକାଂଶ ରୋଗୀଙ୍କ ଜ୍ଵର ଓ କଫ କମି ଯାଏ ।
ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନ : ସୁସ୍ଥ ହେଉଥିବା ରୋଗୀ ଏହି ଦିନରେ କରୋନାର ଲକ୍ଷଣ ଦେଖାଯାଏ ନାହିଁ । ରୋଗୀ ସୁସ୍ଥ ହୋଇଯାଏ । ତେବେ ଏହି ଦିନରେ ସୁସ୍ଥ ନ ହେଲେ ରୋଗୀର ସ୍ଥିତି ଗମ୍ଭୀର ହେବାର ଦେଖାଯାଏ ।