ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣରୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ଵାରା ନାଇଟ୍ କର୍ଫ୍ୟୁ ଓ ଓ୍ଵିକେଣ୍ଡ ସଟ୍ଡାଉନ୍ ଜାରି କରାଯାଇଛି ।ତେବେ ପ୍ରେସ୍ କନ୍ଫରେନ୍ସ ଜରିଆରେ ଏହାକୁ ନେଇ ଥିବା ଦ୍ଵନ୍ଦ୍ଵକୁ ଦୂର କରିବାକୁ ରାଜ୍ୟ ସ୍ଵତନ୍ତ୍ର ରିଲିଫ କମିଶନର । ସେ କହିଛନ୍ତି ଯେ ଆସନ୍ତା କାଲି ସକାଳ ସମୟ ଯାଏଁ ଅର୍ଥାତ୍ ଶନିବାର ସକାଳ ଯାଏ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଏହି ସଟ୍ଡାଉନ୍ରେ ୧ ଘଣ୍ଟା ପାଇଁ କଟକଣା କୋହଳ କରାଯାଇଛି । କେବଳ ମର୍ଣ୍ଣି ଓ୍ଵାର୍କ ଓ ଜଗିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି କଟକଣା କୋହଳ କରାଯାଇଛି । ସକାଳ ୫ ଟାରୁ ୬ ଟା ସମୟ ଯାଏଁ ଲୋକମାନେ ବାହାରେ ମର୍ଣ୍ଣି ଓ୍ଵାର୍କ ଓ ଜଗିଂ କରିପାରିବେ ।