ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିବାରେ ଲାଗିଛି । ଗୋଟିଏ ଦିନରେ ୬ ହଜାର ଟପିଛି ନୂତନ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୬୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରେ ୨୫୮୯ ରହିଥିବା ବେଳେ ସ୍ଥାନୀୟ ମାମଲା ୩୩୭୫ ରହିଛି ।
ତେବେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଅଧିକ ଚିନ୍ତାର କାରଣ ସାଜିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ହାର ୧୦୦୦ ଉପରେ ରହିଛି । ଏଠାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଳାହାଣ୍ଡିରୁ ୪୫୨, ନୂଆପଡ଼ାରୁ ୪୫୯, ସୁନ୍ଦରଗଡ଼ରୁ ୪୨୭, କଟକରୁ ୩୬୦, ଝାରସୁଗୁଡ଼ାରୁ ୩୫୫, ପୁରୀରୁ ୨୮୬, ନବରଙ୍ଗପୁରରୁ ୨୦୭, ଗଞ୍ଜାମରୁ ୧୩୫, ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୨୨୬, ବୌଦ୍ଧରୁ ୩୮, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୧୭, ଗଜପତିରୁ ୫୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୫୪, କନ୍ଧମାଳରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୪୮ , କୋରାପୁଟରୁ ୪୫, ମାଲକାନଗିରିରୁ ୧୬, ମୟୁରଭଞ୍ଜରୁ ୧୩୬, ନୟାଗଡ଼ରୁ ୯୯, ରାୟଗଡ଼ାରୁ ୧୦୫, ସମ୍ୱଲପୁରରୁ ୨୨୯, ସୋନପୁରରୁ ୯୦ ଓ ଷ୍ଟେଟପୁଲରୁ ୨୪୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୮୮୪୭୯ ହୋଇଥିବା ବେଳେ ୩୫୧୩୮୬ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟରେ ରାଜ୍ୟରେ ସକ୍ରିୟ ମାମଲା ୩୫୦୭୫ ରହିଛି ।