ସନ୍ଷ୍ଟାର ଟିଭି ବ୍ୟୁରୋ
(image courtesy- aaj tak)
ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ଦେଶରେ ବେଶ୍ ଉଗ୍ର ରୂପ ଧାରଣ କରିଛି । ଦ୍ଵିତୀୟ ଷ୍ଟ୍ରେନ୍ରେ ସଂକ୍ରମଣ ହାର ଏତେ ଅଧିକ ରହିଛି ଯେ ଗୋଟିଏ ଦିନରେ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏପରି ସମୟରେ ସବୁଠୁ ଅଧିକ ପ୍ରଭାବ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଅଧିକ ଦେଖାଯାଇଛି । ଏତେ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଯେ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ମଧ୍ୟ ବେଡ୍ ମିଳୁନାହିଁ ।
ତେବେ ଏବେ ଅଧିକ ଚିନ୍ତାର କାରଣ ସାଜିଛି ଅକ୍ସିଜେନ୍ । ଦିଲ୍ଲୀରେ ଅକ୍ସିଜେନ୍ ଅଭାବରୁ ଅନେକ କରୋନା ରୋଗୀ ଆଖି ବୁଜୁଛନ୍ତି । ତେବେ ଲକ୍ଷ୍ନୌରେ ଅକ୍ସିଜେନ ରିଫିଲିଙ୍ଗ ସାମ୍ନାରେ ସିଲିଣ୍ଡର ଧରି ଲୋକ ଲମ୍ଵା ଲାଇନ୍ ଲଗାଇ ଛିଡା ହୋଇଥିବା ଭଳି ଦୃହୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ହସ୍ପିଟାଲରେ ଅକ୍ସିଜେନ୍ ନ ଥିବାରୁ ରୋଗୀଙ୍କ ପରିଜନମାନେ ବାହାରୁ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା କରୁଛନ୍ତି ।