ସନ୍ଷ୍ଟାର ଟିଭି ବ୍ୟୁରୋ
ରାଞ୍ଚି : ଆଇପିଏଲ୍ର ଚେନ୍ନାଇ ସୁପର କିଙ୍ଗସ୍ ଟିମ୍ର ଅଧିନାୟକ ତଥା ଭାରତୀୟ କ୍ରିକେଟ୍ ଜଗତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପରିବାର ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଧୋନିଙ୍କ ବାପା-ମାଆ ପାନ ସିଂହ ଏବଂ ଦେବିକା ଦେବୀଙ୍କୁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ରାଞ୍ଚିର ପଲ୍ସ ସୁପର ସ୍ପେସିଆଲିଟି ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ତେବେ ଡାକ୍ତରଙ୍କ କହିବାନୁସାରେ, ସେମାନେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କ ଅମ୍ଳଜାନ ସ୍ତର ଏବେ ବି ସ୍ୱାଭାବିକ ରହିଛି । ତେବେ ଏଭଳି ସମୟରେ ଧୋନି ନିଜ ପରିବାରଠାରୁ ଦୂରରେ ରହିଛନ୍ତି । ଧୋନି ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ମୁମ୍ଵାଇରେ ଅଛନ୍ତି ।