ସନ୍ଷ୍ଟାର ଟିଭି ବ୍ୟୁରୋ
ପୁନେ: କରୋନା କବଳରୁ ରକ୍ଷା ପାଇବାକୁ ସାରା ବିଶ୍ଵରେ ଚାଲିଛି ଟିକାକରଣ ପ୍ରକ୍ରୀୟା । ତେବେ ଭାରତରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଟିକା ପ୍ରଦାନ କରୁଥିବା ବେଳେ ବର୍ତ୍ତମାନ ଖୋଲା ବଜାରରେ ମଧ୍ୟ ଟିକା ଉପଲବ୍ଧ ହେବ । ତେବେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ଵାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଡୋଜ ପିଛା ଦର ୪୦୦ ରହିଥିବା ବେଳେ ହସ୍ପିଟାଲ ପିଛା ଦର ୬୦୦ ରହିଛି ।
ତେବେ ୧ମେ ରୁ ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତି ଟିକା ନେଇପାରିବେ ବୋଲି ସରକାର ଘୋଷଣା କରିଥିଲେ । କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ଗତିଶୀଳ କରିବାକୁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି ।