ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ଅଧିକ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ତେବେ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ କରୋନା ସଂଖ୍ୟା ଅହେତୁକ ବୃଦ୍ଧି ଘଟିପାରେ । ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହ ରେ ଓଡ଼ିଶାରେ କୋରନା ପିକରେ ରହିପାରେ । ଏନେଇ DMET ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସେ ଆଉମଧ୍ୟ କହିଛନ୍ତି ଯେ, କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅକ୍ସିଜେନ ମଧ୍ୟ ସଫିସେଣ୍ଟ ରହିଛି । ଗତଥର କୋରନା ପିକ ସମୟରେ ଯେମିତି ଅକ୍ସିଜେନ ଦରକାର ଥିଲା ତା ଠାରୁ ବି ବହୁତ ଅଧିକ ରହିଛି । ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ବେଡ, ଆଇସିୟୁ ମଧ୍ୟ ରହିଛି । ୭୧ ଟି କୋଭିଡ଼ ହସ୍ପିଟାଲ ରାଜ୍ୟରେ ଥିବାବେଳେ ୩୧ଟି ବର୍ତ୍ତମାନ ଚାଲିଛି । ୨୬ ପ୍ରତିଶତ ବେଡ, ୧୪.୧୮ ପ୍ରତିଶତ ଆଇସିୟୁ, ୧୦ପ୍ରତିଶତ ଭେଣ୍ଟିଲଟର ବ୍ୟବହାର ହୋଇଛି ।