ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନାର ଦ୍ଵିତାୟ ଷ୍ଟ୍ରେନ୍ ପାଇଁ ସାରା ଦେଶ ବେଶ୍ ଚିନ୍ତାରେ ରହିଛି । ସଂକ୍ରମଣ ବଢୁଥିବାରୁ ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ଗାଇଡ୍ଲାଇନ୍ ଜାରି କରୁଛନ୍ତି ଓ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ।ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପୋଷ୍ଟ ଅଫିସ୍ ପାଇଁ କୋଭିଡ୍ ୧୯ର ଗାଇଡଲାଇନ୍ ଜାରି କରିଛନ୍ତି ।ଜାଣନ୍ତୁ କଣ ରହିଛି ସେହି ଗାଇଡ୍ଲାଇନ୍ରେ ।
- ପୋଷ୍ଟ ଅଫିସର ସମସ୍ତ ଅଫିସରେ କରୋନା ଭାଇରସ ଗାଇଡଲାଇନ୍ସର ସମ୍ପୂର୍ଣ୍ଣ ରୂପେ ପାଳନ କରାଯିବ । ଯଥା ବାରମ୍ବାର ହାତ ଧୋଇବା, ସାନିଟାଇଜ୍ ବ୍ୟବହାର କରିବା, ମାସ୍କ ପିନ୍ଧିବା ଓ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରିବା ଜରୁରି ।
ପୋଷ୍ଟ ଅଫିସ୍ ପାଇଁ ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ପରିସ୍ଥିତିକୁ ଦେଖି ଭିଡରୁ ରକ୍ଷା ପାଇବା ପାଇଁ ଡାକ ସର୍କଲର ପ୍ରମୁଖ ନିଜ ହିସାବରେ ସିଫ୍ଟରେ କାମକୁ ବାଣ୍ଟି ପାରନ୍ତି । ଅର୍ଥାତ୍ ଡାକ ସର୍କଲର ପ୍ରମୁଖ ଏହା ନିର୍ଦ୍ଧାରିତ କରିପାରିବେ ଯେ କିଏ କେବେ ଆସିବ ଏବଂ କେବେ ଯିବ । - କର୍ମଚାରୀଙ୍କ ବାୟୋମେଟ୍ରିକ୍ ଉପସ୍ଥିତି ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ଉପସ୍ଥିତି ଜାହିର କରିବା ପାଇଁ ଅନ୍ୟ ଏକ ରେଜିଷ୍ଟର ହେବ ଏବଂ ସେଥିରେ ସାଇନ୍ କରାଯିବ ।
- ଭିଡ ନ ହେବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ । ପବ୍ଲିକ୍ ହଲ, କାଉଣ୍ଟର, କ୍ୟାଣ୍ଟିନ୍, ପାର୍କିଂର ମଧ୍ୟ ପୁରା ଧ୍ୟାନ ରଖାଯିବ ।
ସ୍ଥାନୀୟ ପରିସ୍ଥିତି ଆଧାରରେ ସିଫ୍ଟରେ କାମ କରିବାର ଆଶ୍ୱସ୍ତି ଦିଆଯାଇଛି ଯାହା ଫଳରେ ଅଫିସରେ ଅଧିକ ଭିଡ ହେବନି ।
ପ୍ରଶାସନିକ କାମ କରୁଥିବା କିଛି କର୍ମଚାରୀଙ୍କୁ ଘରୁ କାମ କରିବାର ଆଶ୍ୱସ୍ତି ଦିଆଯାଇହେବ ।
ଘରୁ କାମ କରୁଥିବା ଅଧିକାରୀଙ୍କୁ ଟେଲିଫୋନ୍ ଇମେଲରେ ଉପସ୍ଥିତ ରହିବା ଉଚିତ୍ ଏବଂ ଆବଶ୍ୟକ ପଡିଲେ ସର୍ଟ ନୋଟିସରେ ଅଫିସ ପହଞ୍ଚିବା ଉଚିତ୍ ।
ଏହା ବ୍ୟତୀତ ଯେଉଁ ପର୍ଯ୍ୟନ୍ତ ସମ୍ଭବ ସମସ୍ତ ମିଟିଙ୍ଗ୍ସ ଭିଡିଓ କନଫରେନ୍ସି ଜରିଆରେ କରାଯିବ ।
ଅଫିସରେ ସଫାସଫି ଏବଂ ସାନିଟାଇଜେସନ ଉପରେ ମଧ୍ୟ ଧ୍ୟାନ ଦିଆଯିବ ।
ସରକାରଙ୍କ ଦ୍ୱାରା ସମୟ ସମୟରେ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନ୍ସ ପାଳନ କରିବାକୁ ନେଇ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା ଉଚିତ୍ ।