ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି । ରାଜ୍ୟରେ ଦୈନିକ ସଂକ୍ରମଣ ହାର ୪ ହଜାର ୮୫୧ରେ ପହଞ୍ଚିଛି । ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୨୮୧୪ ଥିବା ବେଳେ ଲୋକାଲ କେସ ୨୦୩୭ ରହିଛି । ତେବେ ଖୋର୍ଦ୍ଧାରୁ ସର୍ବାଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଠାରେ କରୋନା ସଂକ୍ରମଣ ସଂଖ୍ୟା ୭୦୩ ରହିଛି । ତେବେ ଏହା ପଛକୁ ସେହିପରି ସୁନ୍ଦରଗଡ଼ରୁ ୫୧୬, ନୂଆପଡ଼ା ୪୮୬, ବରଗଡ଼ ୩୧୮, କଟକ ୩୦୪, ଝାରସୁଗୁଡ଼ା ୨୯୦, ବଲାଙ୍ଗିର ୨୨୭, ପୁରୀ ୨୨୩, ନବରଙ୍ଗପୁର ୧୯୪, ସମ୍ବଲପୁରରୁ ୧୭୧ ଚିହ୍ନଟ ହୋଇଛନ୍ତି ।
ତେବେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି ।ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛି । ତେବେ ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।