ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରୋ ଲାଗିଛି । ତେବେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦୈନିକ ସଂକ୍ରମଣ ହାର ୧୫୦ ଉପରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଧର୍ମାନୁଷ୍ଠାନଗୁଡିକ ଉପରେ କଟକଣା ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଅନ୍ୟ ଧର୍ମୀୟ ପୀଠ ମାନଙ୍କରେ ସୀମିତ ପୂଜକ ମାନେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିପାରିବେ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
ଏଥି ସହିତ ଧର୍ମୀୟ ଅନୁଷ୍ଠାନ, ପାର୍କ, ସମୁଦ୍ର କୂଳ, ଖେଳ ପଡିଆ, ହ୍ରଦ ଆଦି ଜନଗହଳି ସ୍ଥାନକୁ ଯିବାକୁ ମଧ୍ୟ ବାରଣ କରାଯାଇଛି । ତେବେ ଏହି କଟକଣା ୨୨ ଏପ୍ରିଲ ଠାରୁ ୧୫ ମେ ଯାଏଁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି ।
ଜିଲ୍ଲାର ସମସ୍ତ ମନ୍ଦିର/ମସଜିଦ/ଚର୍ଚ୍ଚ ଏବଂ।ଅନ୍ୟ ଧର୍ମୀୟ ପୀଠ ମାନଙ୍କରେ ସୀମିତ ପୂଜକ ମାନେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ
୨୨/୦୪ ଠାରୁ ୧୫/୦୫/୨୧ ଯାଏଁ ସାଧାରଣ ଲୋକେ ଜିଲ୍ଲାର କୌଣସି ଜନ ଗହଳି ସ୍ଥାନ ଯେପରିକି ଧର୍ମୀୟ ଅନୁଷ୍ଠାନ/ ପାର୍କ/ସମୁଦ୍ର କୂଳ/ଖେଳ ପଡିଆ/ ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି— Collector & District Magistrate, Ganjam (@Ganjam_Admin) April 21, 2021
;