ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ନିଜର କରାଳ ରୂପ ଦେଖାଉଛି । ପ୍ରତିଦିନ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । କରୋନା ଭାଇରସ ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ବା ଡରକୁ ଦୂରେଇଦେବା ପାଇଁ ଦେଶବାସୀଙ୍କୁ କରୋନା ଟିପ୍ସ ଦେଇଛନ୍ତି ୩ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହନ କରୋନାକୁ ନେଇ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ।
୮୫ ପ୍ରତିଶତ କୋଭିଡ୍ ଆକ୍ରାନ୍ତ କୌଣସି ସ୍ୱତନ୍ତ୍ର ଚିକିତ୍ସା ବିନା ଠିକ୍ ହୋଇଯାଆନ୍ତି । ସେମାନଙ୍କ ଠାରେ ପ୍ରାୟତଃ ୫ରୁ ୭ ଦିନ ସାଧାରଣ ଥଣ୍ଡା, ତଣ୍ଟି ଦରଜ ସମସ୍ୟା ଥାଏ । ସେମାନେ ସାଧାରଣ ଚିକିତ୍ସାରେ ଠିକ୍ ହୋଇଯାଆନ୍ତି । ମାତ୍ର ୧୫ ପ୍ରତିଶତଙ୍କୁ ଚିକିତ୍ସା ସେବା ଆବଶ୍ୟକ ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ।
ଏହି ଆଲୋଚନାରେ କରୋନା ଔଷଧ ସମ୍ଵନ୍ଧରେ ଆଲୋଚନା କରିଛନ୍ତି । ରେମଡେସିବିର ‘ରାମବାଣ’ ନୁହେଁ, ଏହା କେବଳ ଭାଇରଲ ଲୋଡ୍ କମ୍ କରେ ବୋଲି କହିଛନ୍ତି ଡାକ୍ତର ନରେଶ ତ୍ରେହନ । କରୋନାର ଲକ୍ଷଣ ଥଣ୍ଡା, କଫ, ବାନ୍ତି ଥିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇ ନେବା ଉଚିତ୍ । ସଂକ୍ରମିତ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ଚିକିତ୍ସିତ ହୁଅନ୍ତୁ । ମାସ୍କ ପିନ୍ଧିବା ସହ ପ୍ରତି ୬ ଘଣ୍ଟାରେ ଏକ୍ସିଜେନ୍ ସ୍ତର ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଦେବୀ ସେଟ୍ଟୀ ।