ସନ୍ଷ୍ଟାର ଟିଭି ବ୍ୟୁରୋ
ନାସିକ: ମହାରାଷ୍ଟ୍ରର ନାସିକ ଠାରେ ଏକ ଦୁଃଖଦ ଘଟଣା ଘଟିଛି । ଜାକିର୍ ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଏହି ହସ୍ପିଟାଲ୍ରେ ଅକ୍ସିଜେନ୍ ଟ୍ୟାଙ୍କରେ ଲିକ୍ ହୋଇଯାଇଥିଲା । ଯାହା ଫଳରେ ଏହାର ମରାମତି ପାଇଁ ଅଧ ଘଣ୍ଟାରୁ ଅଧିକ ସମୟ ଅକ୍ସିଜେନ୍ ସପ୍ଲାଇ ବନ୍ଦ ରଖାଯାଇଥିଲା । ଏହି ଘଟଣା ପରେ ହସ୍ପିଟାଲ୍ରେ ଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରୀତ କରାଯାଇଥିଲା ।ସେହି ସମୟରେ ହସ୍ପିଟାଲରେ ୧୭୧ ଜଣ ରୋଗୀ ଚିକିତ୍ସିତ ହେଉଥିଲେ ଏବଂ ୨୨ ଜଣ ରୋଗୀଙ୍କ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ଘଟିଛି ।
ତେବେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି ।
नासिक के एक अस्पताल में ऑक्सिजन लीक होने से हुई दुर्घटना का समाचार सुन व्यथित हूँ। इस हादसे में जिन लोगों ने अपनों को खोया है उनकी इस अपूरणीय क्षति पर अपनी गहरी संवेदनाएं व्यक्त करता हूँ। बाकी सभी मरीजों की कुशलता के लिए ईश्वर से प्रार्थना करता हूँ।
— Amit Shah (@AmitShah) April 21, 2021