ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରାଯାଇଛି । ଏନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇ ଏପରି ନିଷ୍ପତି ନିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିବା ଫଳାଫଳ ଉପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କୁ ଆଉଥରେ ସୁଯୋଗ ଦିଆଯିବ । ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ପ୍ରକାଶ ପାଇବ । ମାର୍କିଙ୍ଗ ସ୍କିମ୍ ସମସ୍ତଙ୍କ ପାଇଁ ସମାନ ରହିବ । ମାଦ୍ରାସା ବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି ।
ଗତକାଲି ପରୀକ୍ଷାକୁ ନେଇ ଥିବା ଦ୍ଵନ୍ଦ୍ଵର ସମାଧାନ କରିବାକୁ ତଥା ପରୀକ୍ଷା ବାତିଲ କରିବା ଦାବିରେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ତେବେ ଏହ ପୂର୍ବରୁ ICSE ଓ CBSE ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଥିଲା ।