ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ଼: ପଦବୀ ହରାଇଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ । ତାଙ୍କ ବିରୋଧରେ ଆଗତ ହୋଇଥିଲା ଅନାସ୍ଥା ପ୍ରସ୍ତାବ । ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ନିର୍ବାଚିତ ୱାର୍ଡ ମେମ୍ବର ମାନେ ତାଙ୍କ ବିରୋଧରେ ଭୋଟ ଦେଇଛନ୍ତି ।
ଆଜି ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତୀୟ ମତଦାନ। ଏହି ମତଦାନବେଳେ ଗ୍ରାମ ପଞ୍ଚାୟତର ୧୬ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୫ ଜଣ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ୱାର୍ଡ ସଭ୍ୟ ଅନାସ୍ଥା ସଂକ୍ରାନ୍ତରେ ମତଦାନ କରିଛନ୍ତି ବୋଲି କହିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ଭୋଇ ।
ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଉର୍ଦ୍ଧ୍ବ ୱାର୍ଡ ସଭ୍ୟ ସ୍ଵାକ୍ଷର କରି ଅନାସ୍ଥା ସଂକ୍ରାନ୍ତରେ ନୟାଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ତେବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଗତ ମାର୍ଚ୍ଚ ୩୦ ତାରିଖରେ ଏନେଇ ସରପଞ୍ଚଙ୍କ ସମେତ ନୟାଗଡ଼ ବିଡ଼ିଓଙ୍କୁ ଏକ ନୋଟିସ ଦେଇଥିଲେ । ଉକ୍ତ ନୋଟିସ ଅନୁସାରେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇ ୱାର୍ଡ ସଭ୍ୟମାନଙ୍କ ମତଦାନ ନିଆଯାଇଛି।