ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ପାଇଁ ଅଟୋରିକ୍ସାରେ ଦୁଇ ଜଣଙ୍କୁ ନେବା ପାଇଁ ଗାଇଡ୍ଲାଇନ୍ ହେବା ପରେ ଅଟୋରିକ୍ସା ଚାଳକମାନଙ୍କ ଜୀବିକା ଉପରେ ଖୁବ୍ ପ୍ରଭାବ ପକାଇଛି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ କରୋନା ଗାଇଡ୍ଲାଇନ୍ ପାଇଁ ରାଜଧାନୀ ଅଟୋରିକ୍ସା ମହାସଂଘ ଦରବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁସାରେ, ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ରିଜର୍ଭେସନ୍ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୫ ଟଙ୍କା ଧାର୍ଯ୍ୟ କରାଯାଇଛି ।