ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଙ୍କୁ ସମ୍ବୋଧନ କରିଛନ୍ତି । ସର୍ବପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଲୋକମାନଙ୍କୁ ସାହସ ରଖିବାକୁ ପରାମର୍ଶ ଦେଇଛନ୍ତି ମୋଦି ।
ଭାରତର ଯେଉଁ ଟୀକା ତିଆରି ହେଉଛି ତାହାର ଅଧା ପ୍ରତିଶତ ରାଜ୍ୟ ଓ ହସ୍ପିଟାଲମାନଙ୍କୁ ଦିଆଯିବ । ରାଜ୍ୟକୁ ଅକ୍ସିଜେନ ଯୋଗାଇଦେବାକୁ ପୂର୍ଣ୍ଣ ଚେଷ୍ଟା କରାଯାଉଛି । ପ୍ରବାସୀ ମାନେ ଯେଉଁଠି ଅଛନ୍ତି ସେହି ରାଜ୍ୟରେ ରହିବାକୁ ମୋଦି ଅନୁରୋଧ କରିଛନ୍ତି । ଶ୍ରମିକ ମାନେ ଯେଉଁଠାରେ ରହିବେ ତାଙ୍କୁ ସେଠାରେ ହିଁ ଟୀକା ଦିଆଯିବ ।
ସେ ଆଉ ମଧ୍ଯ କହିଛନ୍ତି ଯେ ଲକଡାଉନ୍ ଶେଷ ନିଷ୍ପତି ହେବ । ସଚେତନତା ଅବଲମ୍ବନ କରି ଲକଡାଉନ୍ ଠାରୁ ଦୂରରେ ରହିବା । ରାଜ୍ୟ ସରକାର ମାନଙ୍କୁ କଣ୍ଟେନମେଣ୍ଟ ଉପରେ ଧ୍ୟାନ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।