ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ହସ୍ପିଟାଲ ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଗାଇଡଲାଇନ ଜାରି କରାଯାଇଛି। ଉଭୟ ସରକାରୀ, ଘରୋଇ ଓ କର୍ପୋରେଟ୍ ହସ୍ପିଟାଲ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । ତେବେ ଏହି ଗାଇଡ୍ଲାଇନ୍ ଅନୁଯାୟୀ ପ୍ରତ୍ୟେକ ହସ୍ପିଟାଲ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ହାତଧୁଆ ବ୍ୟବସ୍ଥା ଓ କୋଭିଡ୍ ନିୟମ ଯେପରକି ସାମାଜିକ ଦୂରତା, ମାସ୍କ, ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି । ଯଦି ହସ୍ପିଟାଲରେ ପଜିଟିଭ୍ କେସ୍ ବାହାରେ ତେବେ ଅନ୍ୟ ରୋଗୀମାନଙ୍କୁ ତୁରନ୍ତ ସିପ୍ଟ କରିବାର ବ୍ୟବସ୍ଥା କରିବା ପାଇଁ ବେଡ୍ ପ୍ରସ୍ତୁତ ରଖିଥିବା ଆବଶ୍ୟକ ଓ ପ୍ରତି୨୪ ଘଣ୍ଟାକୁ ଥରେ ଲେଖାଏଁ ରୁମ୍ ସାନିଟାଇଜ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।