ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭୁବନେଶ୍ଵରରେ ବନ୍ଦ ହେବାକୁ ଯାଉଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କେବଳ ସେବାୟତଙ୍କ ଦ୍ଵାରା ରୀତିନୀତି ଓ ପୂଜାର୍ଚ୍ଚନା କରାଯିବ କିନ୍ତୁ ସାଧାରଣ ଭକ୍ତ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଏନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଭୁଵନେଶ୍ଵରରେ କରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ତେବେ ଖୁବ୍ ଶୀଘ୍ର ଏ ନେଇ ଗାଇଡ୍ଲାଇନ ଜାରି କରାଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।